Eduction Policy 1

ମୋଦୀ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି, ଜଣାନ୍ତୁ ଏହା କଣ ?

ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଏହିଥିବା କ୍ୟାବିନେଟ୍ ଏକବିଂଶ ଶତାବ୍ଦୀ ପାଇଁ ନୂତନ ଶିକ୍ଷା ନୀତିକୁ ଭାରତ ରେ ଅନୁମୋଦନ କରିଛନ୍ତି ବୋଲି ଜଣା ପଡିଛି ।


୩୪ ବର୍ଷ ପରେ ବଦଳିଲା, ଏହା ଗୁରୁତ୍ୱପୂର୍ଣ୍ଣ ଥିଲା କାହିଁକି ନା ୩୪ ବର୍ଷ ଧରି ଶିକ୍ଷା ନୀତିରେ କୌଣସି ପରିବର୍ତ୍ତନ ହୋଇନଥିଲା ସେଥି ପାଇଁ ଜାତୀୟ ଶିକ୍ଷା ନୀତି ରେ ପରିବର୍ତନ ଅଣାଯାଇଛି
ଏହା ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ କରିବ |
୩୪ ବର୍ଷ ପରେ ବଦଳିଲା ଶିକ୍ଷା ନୀତି, ନୂତନ ଶିକ୍ଷା ନିର୍ଦ୍ଦେଶାବଳୀ ୨୦୨୦ ଘୋଷଣା କରାଯାଇଛି |

୧୦ + ୨ ବୋର୍ଡ ଗଠନକୁ ଶେଷକରାଯାଇଛି |
ନୂତନ ବିଦ୍ୟାଳୟ ଗଠନ ମାନେ ଆମେ ଯେମିତି ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଯାଏ ପଢୁଥିଲେ ଏହା ସେହିପରି ରହିବ କିନ୍ତୁ ଏହା ପରେ ଆମେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଠୁ
ଦଶମ ଯାଏ ପଢୁଥିଲେ ଏହା ଏବେ ପରିବର୍ତନ ହୋୟୀ ଏକାଦଶ ଯାଏ ହଇଛି ମାନେ ସ୍କୁଲ ରେ ପିଲାମାନେ ଏକାଦଶ ଯାଏ ପାଠ ପଢିବେ, ତା ପରେ ସେମାନେ
କଲେଜ କୁ ଯିବେ ସେଟରେ ସେମାନେ ଦ୍ୱାଦଶ ରୁ ଡିଗ୍ରୀ ପଡିବେ ଯାହା ବେ
ଏମିତି କୁହ ଯାଉଛି, ୫ + ୩ + ୩ + ୪ ହେବ |
ପଞ୍ଚମ ଯାଏ ପ୍ରିସ୍କୁଲ୍ ରହିବ , ଷଷ୍ଠ ରୁ ଅଷ୍ଟମ ଯାଏ ମିଡ୍ ସ୍କୁଲ୍, ୮ ରୁ ୧୧ ହାଇସ୍କୁଲ୍, ୧୨ ପରଠାରୁ ସ୍ନାତକ ଏବେ କୌଣସି ଡିଗ୍ରୀ ୪ ବର୍ଷ ଯାଏ ରହିବ ବୋଲି ଜଣା ପଡିଛି |

ଷଷ୍ଠ ଶ୍ରେଣୀ ପରେ ଛାତ୍ର ଛାତ୍ରୀ ମାନେ ଅତିରିକ୍ତ କୌଶଳୀ ପାଠ୍ୟକ୍ରମ ନେଇପାରିବେ | ଅଷ୍ଟମରୁ ଏକାଦଶ ଯାଏ ଛାତ୍ର ଛାତ୍ରୀ ମାନେ ବିଷୟ ଚୟନ କରିପାରିବେ |
ସମସ୍ତ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରମୁଖ ଏବଂ ଛୋଟ ରହିବ ବୋଲି ଜଣା ପଡିଛି |
ଉଦାହରଣ – ବିଜ୍ଞାନ ଛାତ୍ରମାନେ ଫିଜିକ୍ସକୁ ମୁଖ୍ୟ ଏବଂ ମ୍ୟୁଜିକ୍ ମଧ୍ୟ ସେମାନେ ନେଇପାରିବେ | ଏହା ସମସ୍ତ ଛାତ୍ର ଛାତ୍ରୀ ବାଛିପାରିବେ |
ସବୁ ଉଚ୍ଚଶିକ୍ଷା କେବଳ ଗୋଟିଏ କର୍ତ୍ତୃପକ୍ଷ ଦ୍ୱାରା ହିଁ ପରିଚାଳିତ ହେବ ବୋଲି କହିଛନ୍ତି |
ଏଥିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏବଂ ଅଲ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (AICTE) କୁ
ମିଶାଇ ଦିୟା ଯିବା ଯାହା ଆଗରୁ ଅଲଗା ଅଲଗା ଥିଲା ଏବେ ଗୋଟିଏ କରାଯିବ |

ସମସ୍ତ ବିଶ୍ୱବିଦ୍ୟାଳୟ ସରକାରୀ ହଉ କି ବେସରକାରୀ ଭୋକେସନାଲ୍ ଇତ୍ୟାଦି ସମାନ ଶ୍ରେଣୀଭୁକ୍ତ ଏବଂ ଅନ୍ୟାନ୍ୟ ନିୟମ ମଦ୍ୟ ରହିବ |
ଦେଶର ସମସ୍ତ ପ୍ରକାର ଶିକ୍ଷକଙ୍କ ପାଇଁ ଏକ ନୂତନ ଶିକ୍ଷକ ତାଲିମ ବୋର୍ଡ ଗଠନ କରାଯିବ,

ଯେକୌଣସି କଲେଜ କୁ ସମାନ ସ୍ତରର ସ୍ୱୀକୃତି, ଏହାର ମୂଲ୍ୟାୟନ କଲେଜ ଉପରେ ଆଧାର କରି ସ୍ୱୟଂଶାସିତ ଅଧିକାର ଏବଂ ପାଣ୍ଠି ପାଇଁ ପାରିବ |
ପିତାମାତାମାନେ ଘରେ ୩ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଏବଂ ପ୍ରାଥମିକ ବିଦ୍ୟାଳୟ ୩ ରୁ ୬ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ସରକାରଙ୍କ
ଦ୍ଵାରା ନୂତନ ମୌଳିକ ଶିକ୍ଷା କାର୍ଯ୍ୟକ୍ରମ ସୃଷ୍ଟି କରାଯିବ ।
ପ୍ରତିବର୍ଷ ଛାତ୍ରଙ୍କ ପାଇଁ ସ୍ନାତକୋତ୍ତର ପାଇଁ କ୍ରେଡିଟ୍ ସିଷ୍ଟମ୍ କିଛି କ୍ରେଡିଟ୍ ପାଇବ ଯାହାକୁ ସେ ବ୍ୟବହାର କରିପାରିବେ ଯଦି
ସେ ପଢା ଅଧାରୁ ଛାଡି ପୁଣି ପାଠ୍ୟକ୍ରମ ଶେଷ କରିବାକୁ ଚାହାନ୍ତି ସେ ଏହା କରି ପାରିବେ |

ସମସ୍ତ ବିଦ୍ୟାଳୟ ପରୀକ୍ଷା ବର୍ଷକୁ ଦୁଇଥର ସେମିଷ୍ଟାର ପରୀକ୍ଷା କରାଯିବ |

ସିଲାବସ୍ ଏବେ କେବଳ ଯେକୌଣସି ବିଷୟର ମୂଳ ଜ୍ଞାନକୁ ଆଧାରିତ ହେବ ବୋଲି କହିଛନ୍ତି |
ଛାତ୍ର ମାନଙ୍କର ଧ୍ୟାନ ଏବେ ବ୍ୟବହାରିକ ଏବଂ ପ୍ରୟୋଗ ଜ୍ଞାନ ଉପରେ ଦିଆଯିବ |
ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଯଦି ଛାତ୍ର କେବଳ ଗୋଟିଏ ବର୍ଷ ପୂରଣ କରେ ତେବେ ସେ ଏକ ମୌଳିକ ମାନେ ନର୍ମାଲ ସାର୍ଟିଫିକେଟ୍ ପାଇବେ,
ଯଦି ସେ ଦୁଇ ବର୍ଷ ପୂରଣ କରନ୍ତି ତେବେ ତାଙ୍କୁ ଡିପ୍ଲୋମା ସାର୍ଟିଫିକେଟ୍ ମିଳିବ ଏବଂ ଯଦି ସେ ପୂର୍ଣ୍ଣ
ପାଠ୍ୟକ୍ରମ ସମାପ୍ତ କରିବେ ତେବେ ସେ ଡିଗ୍ରୀ ସାର୍ଟିଫିକେଟ୍ ପାଇପାରିବେ |
ତେଣୁ ଯଦି ସେ କୌଣସି ଅଧାରେ ପାଠ୍ୟକ୍ରମ ଛାଡ଼ିଦିଅନ୍ତି ଅଥବା କୌଣସି କାରଣ ରୁ ଆଗକୁ ପଢି ନପଢିପାରନ୍ତି ତାହାଲେ ତାଙ୍କର କୌଣସି ବର୍ଷ ନ୍ୟସ୍ତ ହେବ ନାହିଁ |

ସମସ୍ତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପାଠ୍ୟକ୍ରମର ପାଇଁ ପ୍ରଦାନ କରାଯିବ | ପ୍ରତ୍ୟେକ ପାଠ୍ୟକ୍ରମରେ ଉନ୍ନତି କରିବା ସହିତ ଏକକ କର୍ତ୍ତୃପକ୍ଷ ଦ୍ୱାରା ପରିଚାଳିତ ହେବ |

୩୪ ବର୍ଷ ପରେ ବଦଳିଲା ଶିକ୍ଷା ନୀତି, ବର୍ତ୍ତମାନ ଆମେ ଏଥିରୁ ଜାଣିପାରୁଛେ କିମ୍ବା ଆଶା କରିପାରିବା ଯେ ଆମର ଶିକ୍ଷା ବ୍ୟବସ୍ଥା ଏବେ ଆଧୁନିକ ଦେଶ
ସହିତ ସମାନ ହେବ ଓ ଆମର ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ |
ଜୟ ଜଗନ୍ନାଥ |

Eduction Policy 1
Image Credit – Freepik

ଆସିଲା ଦେଶର ଅନଲକ୍ ୩ ପାଇଁ ନିର୍ଦ୍ଦେଶାବଳୀ, ଜଣାନ୍ତୁ କଣ କଣ ସବୁ ଏଥିରେ ଖୋଲିବାର ସମ୍ଭାବନା ରହିଛି

fallow-Expreass-Odia-News-1
Recent Post