ରାଜ୍ୟ ସରକାରଙ୍କ ବଡ ଘୋଷଣା 2

ରାଜ୍ୟ ସରକାରଙ୍କ ବଡ ଘୋଷଣା , ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ସହାୟତା ଘୋଷଣା ।

ରାଜ୍ୟ ସରକାରଙ୍କ ବଡ ଘୋଷଣା : ମାନ୍ୟଵର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ କୋଭିଡ ମୁକାବିଲାରେ ଅଗଧାଡ଼ିରେ ଯୋଦ୍ଧା ଭାବେ କାର୍ଯ୍ୟ ରତ ଥିବା ଅଙ୍ଗନବାଡ଼ି କର୍ମଚାରୀ ଓ ଆଶାକର୍ମୀ ଙ୍କ ପାଇଁ ରାଜ୍ୟ ସରକାର ଏକ ଘୋଷଣା କରିଛନ୍ତି, କୋଭିଡ ଯୁଦ୍ଧରେ ସାମିଲ ହାଇ କାମ କରୁଥିବା କେହି ଅଙ୍ଗନବାଡ଼ି କର୍ମଚାରୀ ଯଦି ସଂକ୍ରମିତ ହୋଇ ତାଙ୍କର ମୃତୁ ଘଟେ ତାହାଲେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ମାସକୁ ମାସ ୭୫୦୦ ଟଙ୍କା ସହାୟତା ପୁଞ୍ଜି ଯୋଗାଇଦିଆଯିବ ବୋଲି କହିଛନ୍ତି

ସେହିଭଳି କୋଭିଡ ମୁକାବିଲାରେ ଅଗଧାଡ଼ିରେ ଯୋଦ୍ଧା ଭାବେ କାର୍ଯ୍ୟ ରତ ଥିବା ଆଶାକର୍ମୀ ଙ୍କ ମୃତ୍ୟୁ ଘଟେ ତାହାଲେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ମାସକୁ ମାସ ୫୦୦୦ ଟଙ୍କା ସହାୟତା ପୁଞ୍ଜି ଯୋଗାଇଦିଆଯିବ ବୋଲି କହିଛନ୍ତି, ଏହା ପୂର୍ବରୁ ରାଜ୍ୟ ସରକାର ଆଶା ଓ ଅଙ୍ଗନବାଡି ରେ କାମ କରୁଥିବା ସମସ୍ତ କୋଭିଡ ଯୋଧ୍ୟାଙ୍କ ମୃତ୍ୟୁ କ୍ଷେତ୍ର ରେ ୫୦ ଲକ୍ଷ ତାଙ୍କର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି

ରାଜ୍ୟ ସରକାରଙ୍କ ବଡ ଘୋଷଣା: ସ୍ୱାସ୍ଥ୍ୟ ସେବାରେ ଲାଗିଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ କୋଭିଡ – ୧୯ ରେ ସଂକ୍ରମିତ ହୋଉଥିବାରୁ ଦୁଷ୍ଟିରେ ରଖି ଘରୋଇ ଚିକିତ୍ସା କରୁଥିବା ମେଡିକାଲ ଅଫିସର ଓ ଡାକ୍ତରଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫ ରୁ ସବିଶେଷ ନିୟମାବଳୀ ଜାରି କରାଯାଇଛି , ସ୍ୱତନ୍ତ୍ର ଫିଭର କ୍ଲିନିକ ଖୋଲିବା ଆଇସୋଲେସନ ବ୍ୟବସ୍ତା , ମାସ୍କ ପିନ୍ଧିବା ଏବଂ ହାତ ଧୋଇବାପାଇଁ ବ୍ୟବସ୍ତା କରିବା , ସାମାଜିବ ଦୂରତା ପାଳନ କରିବା, ସଂକ୍ରମଣ ପ୍ରତିରୋଧ ପାଇଁ ସୂଚନା ପ୍ରଚାର ପତ୍ର ଆଦି କାନ୍ଥରେ ମାରିବା, ରୋଗୀମାନଙ୍କ ତଥ୍ୟ ରେଜିଷ୍ଟର ରେ ରେକର୍ଡ ରଖିବା ଆଦି ନିୟମାବଳୀ ରଖାଯାଇଛି, କୌଣସି ଡାକ୍ତର ଏହି ନିୟମାବଳୀର ସଠିକ ଅନୁପାଳନ ନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ.
ସମ୍ପୂର୍ଣ ଖବର ତଳେ ଥିବା ଚିତ୍ର ରେ ପଢନ୍ତୁ –

ରାଜ୍ୟ ସରକାରଙ୍କ ବଡ ଘୋଷଣା
image courtesy: HFWOdisha

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା,

Recent Post