୨ ଦିନ ହେଲା ଯାଜପୁର ଲଗଡାଉନ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଚେତନତା କାର୍ଯ୍ୟକ୍ରମ ଚାଲିଛି ଏହା ସେଠାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆଜକୁ ଦୀର୍ଘ ୧୧୮ ଦିନ ଧରି ଜାରିରଖିଛି କରୋନା ସଚେତନତା କାର୍ଯ୍ୟକ୍ରମ, କରୋନା ସଚେତନତାର ଅଷ୍ଟଦଶଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ, ସମଗ୍ର ବିଶ୍ଵରୁ ମହାମାରୀ କରୋନାର କରାଳ କବଳରୁ ରକ୍ଷା ପାଇବାପାଇଁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ନିରସ୍ତ୍ର ସୈନିକ ଭାବେ ଲଢ଼ୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ । ଆଜକୁ ଦୀର୍ଘ ୧୧୮ ଦିନ ଧରି ଜାରିରଖିଛି ତା’ର ସଚେତନତା କାର୍ଯ୍ୟକ୍ରମ ।

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ସେବା କାର୍ଯ୍ୟ ,ରିଲିଫ ବଣ୍ଟନ ସହ ଚାରା ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ମାନସରେ ସଚେତନତା ଜାରି ରଖିଥିବାବେଳେ ଆଜି ଦଶରଥପୁର ବ୍ଲକର କଟିକଟା ପଞ୍ଚାୟତର ବିଭିନ୍ନ ସ୍ଥାନରେ “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୋନା ସଚେତନତା” ନାମକ ସଚେତନ ଧର୍ମୀ ନାଟକ ପରିବେଷଣ କରାଯାଇଥିଲା।

ଏଥିରେ ନାଟ୍ୟକାର ତଥା ନିର୍ଦ୍ଦେଶକ ସାଧୁ ନିଲୁବାବା, ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର ମଲ୍ଲିକ, ଅଧ୍ୟାପକ ଭରତ ଚନ୍ଦ୍ର ବେହେରା, ଅଭିନେତା ଶଶିକାନ୍ତ ପଣ୍ଡା, ଭାଗବତ ମଲ୍ଲିକ, ମାନସ ସେଠ, ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ କେଦାର ନାରାୟଣ ପରିଡାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ କରିଥିଲେ।


ଆପଣଙ୍କ ର ସୁରକ୍ଷା, ଆପଣଙ୍କ ର ନିଜ ହାତରେ। ନିୟମିତ ଭାବରେ ହାତ ଧୁଅନ୍ତୁ। ଘରୁ ବାହାରିଲା ବେଳେ ମାସ୍କ ପିନ୍ଧି ବାହାରନ୍ତୁ ଓ ଅନ୍ୟ ମାନଙ୍କଠୁ ଦୁଇ ମିଟର ଦୂରତା ରଖନ୍ତୁ । କରୋନା ସଂକ୍ରମଣରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ।
ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା ।

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।