ବିଶ୍ୱପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ଆମ ଗହଣ ରେ ଆଉ ନାହାନ୍ତି, ସେ ୭୧ ବର୍ଷ ଆୟୁ ରେ ହୃଦଘାତ ଦ୍ଵାରା ମୃତ୍ୟୁ ବରଣ କରିଛନ୍ତି |
ଶ୍ୱାସକ୍ରିୟାରେ ବାଧା ହାବାରୁ ତାଙ୍କୁ ଗତ ଶନିବାର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ବାଧ୍ୟ କରିଥିବାରୁ ତାଙ୍କର Covid-୧୯ ପରୀକ୍ଷା ମଧ୍ୟ କରାଯାଇଥିଲା ଯେଉଁଥିରେ ସଂକ୍ରମଣ ନିଶ୍ଚିତ ହୋଇନଥିଲା। ତିନିଥର ଜାତୀୟ ପୁରସ୍କାର ବିଜେତା, ବଲିଉଡର ବହୁତ ପୁରୁଣା କୋରିଓଗ୍ରାଫର ସରୋଜ ଖାନଙ୍କ ଶୁକ୍ରବାର ସକାଳେ ହୃଦ୍ଘାତ ହେତୁ ଦେହାନ୍ତ ହୋଇଛି। ବିଶ୍ୱପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ୨୨ ନଭେମ୍ବର ୧୯୪୮ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୭୧ ବର୍ଷ ହୋଇଥିଲା …